------------------------------ଶ୍ରୀହୀନ ଶ୍ରୀକ୍ଷେତ୍ର --------------------------
୨୦୧୯ ମଇ ଦୁଇ ତାରିଖ ,ଘନ ଘନ ରେଡ଼ିଓ ଆଉ ଟିଭି ରେ ବାଜୁଥାଏ ସତର୍କ ସୂଚନା .ସକାଳୁ ସକାଳୁ ଚାରିଆଡେ ଖାଲି ଟୁପୁରୁ ଟାପୁରୁ ସମ୍ଭାବ୍ୟ ବାତ୍ୟା କୁ ନେଇ .କିଏ କହୁଥାଏ ଏଥର ମାଳିକା ତା ସତ ହେଇଜିବତ କିଏ କହୁଥାଏ ଏଥର ଧ୍ବଂସ ହେବା ଟା ସାର.ପୁଣି କିଏ
କିଏ କହୁ ଥାନ୍ତି ବାଇଶି ପାହାଚେ ମୀନ ଖେଳିଲା ଭଳି ମନ୍ତବ୍ୟ ମାନ.ସେଇ ସମୟ ଭିତରେ କିଛି ଲୋକ ଧାଁ ଧପଡ଼ କରୁଥାନ୍ତି ବଜାର ଅଭିମୁଖେ ହାତରେ ଖଣ୍ଡେ ଖଣ୍ଡେ ବ୍ୟାଗ ଧରି ନିଜ ନିଜର ଅତ୍ୟାବଶକୀୟ ଜିନିଷ ଘରକୁ ଆଣିବା ପାଇଁ.ସମସ୍ତେ ପ୍ରାୟ ବ୍ୟସ୍ତ
.ଡାଲି,ଚାଉଳ,କିରୋସିନି, ମହମବତୀ ର ଦର ଆକାଶ ଛୁଆଁ.ଦିନ ଆଉ ରାତିର ବ୍ୟବଧାନ ଯେତିକି କମି କମି ଆସୁଥାଏ ମନ ଭିତରେ ଲୋକ ମାନଙ୍କର ସେତିକି ଭୟ ର ବାତାବରଣ ଖେଳି ଖେଳି ଯାଉଥାଏ.ଡ଼ାକବାଜି ଯନ୍ତ୍ର ଟା ବି କହିବାକୁ ଆରମ୍ଭ କଲାଣି ବିଜୁଳି କଟିଯିବ
ଆଉ ମୋବାଇଲ ସେବାବି. ସବୁକିଛି ଠପ ହେଇଯିବ .
ସେଇ ସମୟ ଭିତରେ ମନେ ପଡ଼ିଯାଏ ୧୯୯୯ ମସିହା ଅକ୍ଟୋବର ୨୯ ତାରିଖର ପ୍ରକୃତିର କରାଳ ରୂପ ଅର୍ଥାତ ମହାବାତ୍ୟା.ସେଦିନ ବି ଠିକ ଏହିଭଳି ଶୁକ୍ରବାର ଥିଲା.ଆଜି ରାତିଟା ପାହିଗଲେ ପୁଣି ସେହିଭଳି ପରିସ୍ଥିତି ଉପୁଯିବନି ତ ?ଏମିତି ଭୟ ର ବାତାବରଣ ଭିତରେ
ରାତିରେ ଆଉ କାହାରିଙ୍କ ଆଖିରେ ନିଦ ନଥାଏ.ସମସ୍ତେ ନିଜ ନିଜର ପ୍ରିୟ ପରିଜନ ଙ୍କ ସହିତ କଥା ହେବାରେ ବ୍ୟସ୍ତ ଯେମିତି ରାତିଟା ପାହିଗଲେ କେହି କାହାରିଙ୍କୁ ଆଉ ଦେଖି ପାରିବେ ନାହିଁ.
ରାତି ପାହିଗଲା. ସବୁକିଛି ଠିକ ଠାକ.ନିରବ ହେଇ ପଡିଲା ପ୍ରକୃତି ରାଣୀ କିଛି ସମୟ ପାଇଁ.ହଠାତ ଦିନ ପ୍ରାୟ ଦଶଟା ବେଳେ ପ୍ରଚଣ୍ଡ ଶବ୍ଦରେ କମ୍ପି ଉଠିଲା ଶ୍ରୀକ୍ଷେତ୍ର.ଅନ୍ଧାର କଳା ମଚମଚ ବାଦଲ ସହିତ ଅଣଚାଶ ପବନର ଚାବୁକ ପ୍ରହାର ରେ କ୍ଷତାକ୍ତ ହେଇ
ପଡିଲେ ଶ୍ରୀକ୍ଷେତ୍ର ବାସୀ.ପବନ ର ରାକ୍ଷସ ଟି କିନ୍ତୁ ରକ୍ତ ମୁଖା.ନିଜର ଉଗ୍ର ପଞ୍ଝାଟିକୁ ମେଲାଇ ନଷ୍ଟ ଭ୍ରଷ୍ଟ କରି ଚାଲିଥିଲା ଗଛ,ବୃକ୍ଷ ଦୋକାନ,ବଜାର ,ଗାଡି,ମୋଟର ସବୁକିଛି,ଏମିତିକି ବେଳେବେଳେ ଜଗତର ନାଥଙ୍କର ଶ୍ରୀମନ୍ଦିର କୁ ବି .ସାରା ଜଗତ କୁ ଘଣ୍ଟ
ଘୋଡେଇ ରଖିଥିବା ଜଗନ୍ନାଥ ସ୍ୱାମୀ ବି ନିରବ.ଚାହୁଁ ଚାହୁଁ ଶହ ଶହ ବର୍ଷର କିମ୍ବଦନ୍ତୀ କୁ ଜାବୁଡ଼ିଧରି ସାରା ବିଶ୍ଵଦରବାରରେ ସ୍ୱତନ୍ତ୍ରତା ଜାହିର କରିଆସିଥିବା ଶ୍ରୀକ୍ଷେତ୍ର ଶ୍ରୀହୀନ ହେଇ ପଡିଲା ନିମିଷକ ମଧ୍ୟରେ .ବେଳାଭୂମି ଆଉ ବଡଦାଣ୍ଡ ଖାଁ ଖାଁ ,ହୃଦୟକୁ ଖଣ୍ଡବିଖଣ୍ଡିତ
କରିପକାଉଛି ଥୁଣ୍ଟା ଗଛ ର ନିରବ କ୍ରନ୍ଦନ ,ସୁଭିଲାନି କାଉ ଆଉ କୋଇଲିର ରାବ .ବାଜିଲାନି ଆଉ ଷାଠିଏ ପଉଟି ଭୋଗରୁ ତୁମର .........କୋଠ ଭୋଗଖିଆ .....ଇତ୍ୟାଦି
ସେଇ ଦିନଠାରୁ ଆଜିପର୍ଯ୍ୟନ୍ତ ତାଣ୍ଡବ ର ଧ୍ବଂସଗଦା ତଳୁ ଶ୍ରୀକ୍ଷେତ୍ର ର ପ୍ରତିଟି ମଣିଷ ନିଜକୁ ଖୋଜି ସାଉଁଟି ଚାଲିଛି ଆଉଥରେ ନିଜର ସତ୍ତା ଟିକକ ପାଇଁ.
--------------------ମାନସ ଦାସ ,ଧାନଦିଆ ,ରାଜନଗର --------------------

No comments:
Post a Comment