Rip ର ଅଥ ଜାଣନ୍ତୁ --



ଆମେ ପ୍ରାୟତଃ ଦେଖନ୍ତି ଯେ କେହି ମୃତ୍ୟୁ ଖବର ଆସିଲା ପରେ ଅଧିକାଂଶ ଲୋକ RIP ଲେଖି ପଠାଇଥାନ୍ତି । ଆଜିକାଲି ସୋସିଆଲ ମିଡିଆ ରେ RIP ର ପ୍ରୟୋଗ ଆଛା ଆଛା ପଢାଲେଖା ଲୋକମାନେ ଏହିଶବ୍ଦ ର ଅର୍ଥ ଆଉ ସଠିକ ଭାବ ନବୁଝି ଲେଖିଦିଅନ୍ତି । ଜଣେ ଅନ୍ୟ ଜଣକୁ ମଧ୍ୟ RIP ଲେଖିବାକୁ ପ୍ରବର୍ତ୍ତାଇବାର ଲାଇନ ଲଗେଇ ଦିଅନ୍ତି ।
ହେଲେ ଏ RIP ର ଅର୍ଥ କଣ ?
ଆଜିକାଲି ଦେଖିବାକୁ ମିଳୁଛି ଯେ କେହି ମୃତାତ୍ମା ଙ୍କ ପ୍ରତି RIP ଲେଖିବାର ଫେସନ ଚାଲିଛି ।
ଏହା ଏପରି ହେବାର କାରଣ ଅଛି , କାହିଁକି ନା କନ୍ଭେଣ୍ଟି ଦୁଃଷ୍ପ୍ରଚାର ତଥା ବିଦେଶୀ ମାନଙ୍କର ନକଲ କାରଣରୁ ଆମର ଯୁବକ ମାନେ ଧର୍ମ ର ମୂଳ ଅବଧାରଣା ବିଷୟରେ ଜ୍ଞାନ ତ ନାହିଁ ବରଂ ବିକୃତ

RIP ଶବ୍ଦର ଅର୍ଥ ହେଲା "Rest in Peace"(ଶାନ୍ତିରେ ବିଶ୍ରାମ କର)
ଏହି ଶବ୍ଦ ସେମାନଙ୍କ ପାଇଁ ଉପଯୋଗ ହୋଇଥାଏ ଯେଉଁମାନଙ୍କୁ କବରରେ ପୋତି ଦିଆଯାଏ ।
କାହିଁକି ନା ଈସାଇ ଅଥବା ମୁସଲିମ ମାନ୍ୟତା ଅନୁସାରେ ଯେଉଁ ଦିନ "
ଡେ" ଅଥବା ଶେଷ ବିଚାର ଦିବସ ଆସିବ
ସେହି ଦିନ କବରରେ ଥିବା ସମସ୍ତ ଶବ ପୁନର୍ଜନ୍ମ ପାଇଯିବେ
ଅର୍ଥାତ ସେମାନଙ୍କ ପାଇଁ କୁହାଯାଇଛି ଯେ ସେହି ଶେଷ ବିଚାର ଦିନକୁ ଅପେକ୍ଷା କରି "ଶାନ୍ତିରେ ବିଶ୍ରାମ କର " ।
କିନ୍ତୁ ହିନ୍ଦୁ ଧର୍ମ ମାନ୍ୟତା ଅନୁସାରେ ଶରୀର ନଶ୍ବର ଅଟେ, ଆତ୍ମା ଅମର ଅଟେ
ସେଥିପାଇଁ ହିନ୍ଦୁ ଶରୀର କୁ ପୋଡି ଦିଆଯାଏ ।
ଏଥିପାଇଁ ହିନ୍ଦୁ ମାନଙ୍କ କ୍ଷେତ୍ରରେ "Rest in peace" ଶବ୍ଦ ର ବ୍ୟବହାର ପ୍ରଶ୍ନ ହିଁ ଉଠୁନାହିଁ ।
ହିନ୍ଦୁ ଧର୍ମ ଅନୁସାରେ ମଣିଷର ମୃତ୍ୟୁ ହେବାପରେ ଆତ୍ମା ବାହାରିଯାଏ ଓ ଅନ୍ୟ ଜୀବ/କାୟା/ଶରୀର/ନବଜାତ ରେ ପ୍ରବେଶ କରିଯାଇଥାଏ ।
ସେହି ଆତ୍ମା ର ଆଗକୁ ଯାତ୍ରା ହେତୁ ଗତି ପ୍ରଦାନ କରିବା ପାଇଁ ଶ୍ରାଦ୍ଧ କର୍ମ ର ପରମ୍ପରା ନିର୍ବାହନ ଏବଂ ଶାନ୍ତି ପାଠ ଆୟୋଜନ

ଅତଃ ଯେକୌଣସି ହିନ୍ଦୁ ମୃତାତ୍ମା ଙ୍କ ଉଦ୍ଦେଶ୍ୟ ରେ "ବିନମ୍ର ଶ୍ରଦ୍ଧାଞ୍ଜଳି" "ଶ୍ରଦ୍ଧାଞ୍ଜଳି", "ଶ୍ରଦ୍ଧାସୁମନ", "ଭଗବାନ ଆତ୍ମା ର ସଦଗତି ପ୍ରଦାନ କରନ୍ତୁ" ପରି ବାକ୍ୟ ବିନ୍ୟାସ ହେବା ଆବଶ୍ୟକ ।
ଯେତେବେଳେ କି କୌଣସି ମୁସଲିମ ବା ଇସାଈ ବନ୍ଧୁ ବା ପରିଜନ ର ମୃତ୍ୟୁ ଅପରାନ୍ତ ସେମାନଙ୍କ ପାଇଁ RIP ଲେଖାଯାଇପାରେ ।
ଏମିତି ହୋଇଥାଏ ଯେ ଶ୍ରଦ୍ଧାଞ୍ଜଳି ଦେବା ସମୟରେ ବି ଆମେ ସର୍ଟକର୍ଟ (?)ଆପଣାଇବାର ଅଭ୍ୟାସ ରେ ଆମର କେତେକ ବନ୍ଧୁ ହିନ୍ଦୁ ମୃତାତ୍ମା ପ୍ରତି RIP କହିଦିଅନ୍ତି ।
ଏହା ବିଶୁଦ୍ଧ "ଅଜ୍ଞାନ ଆଉ ବ୍ୟସ୍ତତା"ଅଟେ, ଏହା ବ୍ୟତୀତ ଆଉ କିଛି ନୁହେଁ ।
ଏହି ମେସେଜ କୁ ସମସ୍ତ ହିନ୍ଦୁ ବନ୍ଧୁ ମାନଙ୍କ ପାଖକୁ ପଠାନ୍ତୁ । ଯେମିତି ସେମାନେ ଆଉ ଆଗକୁ କେବେ ଏମିତି ଭୂଲ ବା ଅଜ୍ଞତା ବା ଅନୁକରଣର ଶୀକାର ନ ହୁଅନ୍ତି ।

ଶିକ୍ଷା ଦାନ

*ଅହଂକାର*

  କାଳିଦାସ:---ମା ମୋତେ ପାଣି ଟୋପେ ପିଇବାକୁ ଦିଅ ବହୁତ ଧର୍ମ ହେବ।

 ବୃଦ୍ଧା ;---ପୁଅ ମୁଁ ତୋତେ ଜାଣିନାହିଁ। ତୋର ପରିଚୟ ଦେ।

କାଳିଦାସ :--- ମୁଁ ଏକ ପଥିକ। ଦୟାକରି ମୋତେ ପାଣି ଟୋପେ ଦିଅ ମା। ମୁଁ ବହୁତ ତୁଷାର୍ଥ।

ବୃଦ୍ଧା :---ତୁ ପଥିକ କେମିତି ହୋଇପାରିବୁ!!! ପଥିକ ତ କେବଳ ଦୁଇଜଣ ଅଟନ୍ତି। ଜଣେ ସୂର୍ଯ୍ୟ ଓ ଆଉଜଣେ ଚନ୍ଦ୍ର।ତାଙ୍କର ଗନ୍ତ୍ୟଵ୍ୟ ପଥରେ ସବୁବେଳେ ଗତି କରିଥାନ୍ତି। ତୁ ୟାଙ୍କ ଭିତରୁ କିଏ ସତ କହ

କାଳିଦାସ:--- ମୁଁ ଅତିଥି, ଦୟା କରି ମୋତେ ପାଣି ଟୋପେ ଦିଅ।

ବୃଦ୍ଧା:---ତୁ ଅତିଥି କେମିତି ହୋଇପାରିବୁ ??? ଏ ସଂସାର ରେ ଦୁଇ ଜଣ ଅତିଥି ଅଟନ୍ତି। ଜଣେ ଧନ ଓ ଆଉ ଜଣେ ଯୌବନ।ତାଙ୍କୁ ଯିବାକୁ ସମୟ ଲାଗେନି। ସତ୍ୟ କରି କହ ତୁ କିଏ ???

   (ଏପର୍ଯ୍ୟନ୍ତ ସବୁ ତର୍କ ରୁ ହତାଶ ହୋଇସାଲେନି କାଳିଦାସ)
କାଳିଦାସ :--ମୁଁ ସହନଶୀଳ ଅଟେ। ଏବେ ତ ପାଣି ଟୋପେ ଦିଅ।

ବୃଦ୍ଧା :---ନା ସହନଶୀଳ ତ ଦୁଇଜଣ ଅଟନ୍ତି। ଜଣେ ପୃଥିବୀ ଯିଏ କି ପାପି ଓ ପୁଣ୍ୟାତ୍ମା ମାନଂକର ବୋଝ ସହି ଆସିଛନ୍ତି।ତାର ଛାତି ଚିରି କରି ବୀଜ ରୋପଣ କରି ସମାଜ କୁ ଶସ୍ୟ ର ଭଣ୍ଡାର ଯୋଗାଇ ଥାଏ
ଅନ୍ୟଟି ହେଉଛି ବୃକ୍ଷ ଯାହାକୁ କି ପଥର ମାରିଲେବି ସେ ମିଠା ଫଳ ଦେଇଥାଏ।ତୁ ସତ କହ କିଏ ତୁ????

( କଳିଦାସ ମୂର୍ଛିତ ଅବସ୍ଥାରେ ଆସି ଗଲେଣି )
କାଳିଦାସ :---ମୁଁ ହଠୀ ଅଟେ।

ବୃଦ୍ଧା :--ପୁଣି ଅସତ୍ୟ । ହଠୀ ଦୁଇ ଜଣ ଅଟନ୍ତି। ପ୍ରଥମ ନଖ
ଅନ୍ୟଟି ବାଳ। ଯେତେ କାଟିଲେବି ତାକୁ ବଢ଼ିବାରେ କେହି ରୋକି ପାରନ୍ତି ନାହିଁ। ସତ୍ୟ କୁହ ବ୍ରାହ୍ମଣ ତମେ କିଏ ???

(କାଳିଦାସ ପୁରା ଅପମାନିତ ଓ ପରାଜିତ ହୋଇସାରିଛନ୍ତି)
କାଳିଦାସ :---ତାହାହେଲେ ମୁଁ ମୁର୍ଖ।

ବୃଦ୍ଧା:---ନା ତୁ ମୁର୍ଖ କିପରି ହୋଇପାରିବୁ ??? ମୁର୍ଖ ତ ଦୁଇଜଣ ଅଟନ୍ତି। ଜଣେ ରାଜା,  ଯିଏ ବିନା ଯୋଗ୍ୟତା ରେ ବି ସମସ୍ତଙ୍କ ଉପରେ ଶାସନ କରିଥାଏ। ଆଉ ଜଣେ ହେଉଛି ରାଜ ଦରବାରରେ ପଣ୍ଡିତ ଯିଏକି ରାଜାଙ୍କୁ ଖୁସି କରିବାକୁ ଯାଇ ଭୁଲ୍ କଥା କୁ ତର୍କ ମାଧ୍ୟମରେ ଠିକ୍ କଥା ରେ ପରିଣତ କରିଥାଏ।

( କିଛିଆଉ କହିବା ଅବସ୍ଥାରେ ନ ଥିଲେ କାଳିଦାସ, ସେ ବୃଦ୍ଧା ଙ୍କ ଗୋଡ ତଳେ ପଡିଗଲେ ଓ ପାଣି ପାଣି ବୋଲି କହି ଚାଲିଲେ)

 ବୃଦ୍ଧା :---ଉଠ ବସ୍ଛ । ଏ ସ୍ୱର ଶୁଣି କଳିଦାସ ଉପରକୁ ଦେଖନ୍ତି ତ ସାକ୍ଷାତ ମା ସରସ୍ଵତୀ ତାଙ୍କ ସାମନା ରେ ଅଭିର୍ଭୁତା।କାଳିଦାସ ତାଙ୍କ ପାଦ ଧରି କାନ୍ଦି ବାକୁ ଲାଗିଲେ।

*ମା ସରସ୍ୱତୀ :---ଶିକ୍ଷାରେ ଜ୍ଞାନ ଉତ୍ପନ ହୁଏ, ଅହଂକାର ନୁହେଁ।ତୁ ଶିକ୍ଷା ଦ୍ୱାରା ପ୍ରାପ୍ତ ମାନ ଓ ପ୍ରତିଷ୍ଠା କୁ ନିଜର ଉପଲବ୍ଧି ବୋଲି ମାନିନେଲୁ ଓ ନିଜକୁ ବହୁତ ଅହଙ୍କାରୀ ବୋଲି ମାନିନେଲୁ। ଏଥିପାଇଁ ତୋର ଆଖି ଖୋଲିବାପାଇଁ ମୁଁ ତୋତେ ପରୀକ୍ଷା କରୁଥିଲି।*

କାଳିଦାସ ନିଜର ଭୁଲ୍ ନିଜେ ବୁଝିପାରିଲେ ଓ ପେଟପୁରା ପାଣି ପିଇ ଆଗକୁ ଚାଲିଲେ।

*ତେଣୁ ବିଦ୍ୟା ଉପରେ କେବେବି ଆତ୍ମଗର୍ଵ କରନ୍ତୁ ନାହିଁ। ଏ ଆତ୍ମଗର୍ଵ ବିଦ୍ୟା କୁ ନଷ୍ଟ କରିଦିଏ।*

Be useful to others.
*Spread Happiness.*
ଛୋଟ ପିଲା ର ଦୁଖ କହାଣି ମୋ ଗଳ୍ପ କାହାଣି

ଗୋଟେ ଲୋକ ଏକ ଦୋକାନ ପାଖରେ ଠିଆ ହୋଇଥାଏ, ଦେଖିଲି ଗୋଟେ 5 କି 7 ବର୍ଷର ପିଲା ଆସି ଦୋକାନୀ ସହ କିଛି କଥା ହେଲା। ପରେ କିଛି ଦୂରକୁ ଯାଇ ଦୋକାନରେ ଥିବା ଏକ ଖେଳନା କୁ ବାରମ୍ବାର ଲକ୍ଷ୍ୟ କରୁଥାଏ ଓ ନିଜ ପକେଟ ରୁ କିଛି ଖୁଚୁରା ପଇସା ଖୋଲି ଗଣୁଥାଏ। ସେ ଲୋକ ପିଲା ଟି ପାଖକୁ ଗଲା ଓ ପଚାରିଲା "କଣ ହେଇଛି ତୁମର?"  ପିଲାଟି କହିଲା "ମୁଁ ସେ ଖେଳନା କିଣିବାକୁ ଚାହେଁ ହେଲେ ଦୋକାନୀ କହୁଛି ମୋ ପାଖରେ ପର୍ଯ୍ୟକ୍ତ ପଇସା ନାଇ।" ସେ ଲୋକଟି କହିଲା "ତୁମେ ପଇସା ଅନୁସାରେ ଖେଳନା ନିଅ"।
ପିଲାଟି କହିଲା "ମୋ ଭଉଣୀ ସେହି ଖେଳନକୁ ବହୁତ ପସନ୍ଦ କରୁଥିଲା, ସେଥିପାଇଁ ମୁଁ ଏହାକୁ ନେବାକୁ ଚାହୁଁଚି, ସେ ଖେଳନାକୁ  ମା ହାଥରେ ମୋ ଭଉଣୀ ପାଖୁ ପଠେଇବି" ।।
ଲୋକଟି ପଚାରିଲା " ତୁମ ଭଉଣୀ କେଉଁଠି ଅଛି????" ପିଲାଟି କହିଲା "ବାପା କହୁଥିଲେ ସେ ଭଗବାନ ଙ୍କ ପାଖକୁ ଯାଇଛି ଓ ମା ବି ଅଳ୍ପ ଦିନରେ ସେଠାକୁ ଯିବେ। "
ପୁନର୍ବାର କିଛି ଭାବି ପିଲାଟି କହିଲା " ଯାଉଛି କହିବି ବାପାଙ୍କୁ ମା ଙ୍କୁ କହିବେ ଟିକେ ବିଳମ୍ବ  କରିବେ ଯିବା ପାଇଁ। ସେତେବେଳେ ମୋ ପାଖରେ କିଛି ଅଧିକା ପଇସା ହୋଇ ଯାଇଥିବ। "
ପିଲାଟି ଏକ ଧଳା ଗୋଲାପ ଦେଖେଇ କହିଲା " ଏହା ମୋ ମା ଙ୍କ ପାଇଁ, ଏହା ତାଙ୍କର ବହୁତ ପସନ୍ଦ।"
ଲୋକଟି ମନରେ ଶକ୍ତ ଆଘାତ ଲାଗିଲା। ନିଷ୍ପାପ ଶିଶୁଟି କଣ ଅବା ଜାଣିଛି, କେତେ ଖୁସିରେ ଆସିଛି ଖେଳନା ନେବା ପାଇଁ। ଲୋକଟି ନିଜ ପକେଟ ରୁ ଶହେ ଟଙ୍କା ଖୋଲିଲା ଓ ତାକୁ କହିଲା " ଦେଖିବା କେତେ ପଇସା ହଉଛି । ଖେଳନା ଆଣି ହେବ କି ନାହିଁ ।।" ପିଲାଟି ପାଖରୁ ପଇସା ଆଣି ଦୋକାନ ରୁ ଖେଳନା କିଣି ଦେଲା ଓ ସେ ମନ ଖୁସିରେ ଚାଲିଗଲା। କିନ୍ତୁ ଲୋକଟି ଚାହିଁ ରହିଥିଲା ତାର ଯିବା ବାଟକୁ।।  ରାତିରେ ପିଲାଟି କଥା ଭାବି ଭାବି ମନେ ପଡ଼ିଲା ଦୁଇ ଦିନ ତଳେ  ଏକ ନିଶା ଗ୍ରସ୍ତ  ଡାଈଭର କାର ନେଇ ଯାଉଥିବା ବେଳେ ଏକ scooter ସହ ଧକ୍କା ହୋଇଥିଲା। ଦୁର୍ଘଟଣାରେ ଏକ ଛୋଟ ଝିଅ ର ମୃତ୍ୟୁ ହୋଇଥିଲା ଓ ସ୍ତ୍ରୀ ଲୋକଟି ମୃତ୍ୟୁ ସହ  ଲଢୁଥିଲା। ଲୋକଟିକୁ ଲାଗିଲା ହେଇପାରେ ଏହି ପିଲାଟି ସେହି ପରିବାର ର। ସକାଳୁ ସକାଳୁ ପେପର ଉପରେ ନଜର ପକେଇଲି ତା ଦେଖିଲି ଯେ ଦୁଇ ଦିନ ତଳେ ହୋଇଥିବା ଦୁର୍ଘଟଣା ରେ ଆକ୍ରାନ୍ତ ହୋଇଥିବା ମହିଳା ଙ୍କର ମୃତ୍ୟୁ ହୋଇଯାଇଛି। ସତ୍ୟତା ଜାଣିବା ପାଇଁ ପେପର ରେ ଦିଅ ଯାଇଥିବା address  ରେ ପହଂଚିଲି। ସେଠାରେ ମହିଳାଙ୍କ ଶବ ରଖା ଯାଇଥିଲା ଓ ତା ରି ଉପରେ ସେହି ଖେଳନା ଓ ଧଳା ଗୋଲାପ। କେହି ଜଣେ ଆତ୍ମୀୟ ପିଲାଟି କୁ ନିଜ କୋଳରେ ଧରିଥିଲେ। ଲୋକଟି ନିଜ କୋହ ସମ୍ଭାଳି ନ ପାରି ଆଖିରୁ ଧାର ଧାର ଅଶ୍ରୁ ବୁନ୍ଦା ଗଡେଇବାକୁ ଲାଗିଲେ। ହେଲେ କଣ ଏ ସମାଜ ଆମ ମାନଙ୍କୁ ନ୍ୟାୟ ଦେଇଛି ? ଜଣେ ମଦ ପିଇବ ଓ ଅନ୍ୟ ଜଣେ ସଂସାରରୁ  ବିଦା ହେବ। କଣ ଦୋଷ ଥିଲା ସେ କୁନି ଝିଅର ? କଣ ଦୋଷ ଥିଲା ନିଜ ଭଉଣୀ କୁ ଝୁରି ହେଉଥିବା କୁନି ପିଲାର ? ଲୋକଟିକୁ ଉତ୍ତର ଏତିକି ମିଳିଲା ଏମାନେ ସେହି ରାସ୍ତାରେ ଯାଉଥିଲେ କାହିଁକି ?  ଯେଉଁ ରାସ୍ତାରେ ନିଶାଗ୍ରସ୍ତ ଡାଇଭର ଆସୁଥିଲା ????
Note;- ଆପଣ ମାନେ କୁହନ୍ତୁ ଆମେ ସାଧାରଣ ଲୋକ ବାଟ ଚାଲିବା ବନ୍ଦ କରିଦେବା ନା ସେମାନଙ୍କ ନିଶା??????
ଆପଣଙ୍କ ମତାମତ ସମାଜ ପାଇଁ ଦରକାର ପଡିବ
ଯଦି ଭଲ ଲାଗିଲା ସେୟାର କରିବାକୁ ଭୁଲିବେନି.. ଆମ ପେଜକୁ ଲାଇକ କରନ୍ତୁ।
ଦେବାଶ

ଖାଦ୍ୟ ଅପେକ୍ଷାରେ ଖାଦକ ( ହୃଦୟକୁ ଥରାଇ ଦେଲାପରି ଫଟୋ)






ଖାଦ୍ୟ ଅପେକ୍ଷାରେ ଖାଦକ ( ହୃଦୟକୁ ଥରାଇ ଦେଲାପରି ଫଟୋ)


ଦୁଇ ଶାଗୁଣା ଏକ ନିଷ୍ପାପ ଶିଶୁ

୧୯୯୩ ମସିହା କଥା।ସୁଦାନ ରେ ଅକାଳ ପଡିଲା।ଚାରିଆଡେ ହାହା କାର ପଡିଗଲା।ଏଇ ସମୟରେ ଗୋଟିଏ ଫଟୋ ଚିତ୍ର ସାରା ବିଶ୍ୱ ରେ ଚହଳ ପକାଇଥିଲା।ଯାହାର ନାମ ଥିଲା,The vulture and the little girl....ଏହି ଚିତ୍ରର ଫଟୋଗ୍ରାଫର କେବିନ କାର୍ଟର ତାଙ୍କର ଏହି ଫଟୋ ଟି ପାଇଁ ଯୁକ୍ତ ରାଷ୍ଟ୍ର ତରଫରୁ ପୁଲିଞ୍ଜର ପୁରସ୍କାର ରେ ମଧ୍ୟ ସମ୍ମାନିତ ହେଲେ। ପୁଲିଞ୍ଜର ପୁରସ୍କାର ଯୁକ୍ତ ରାଷ୍ଟ୍ର ତରଫରୁ ପତ୍ରକାରିତା, ସାମ୍ବାଦିକତା,ସଙ୍ଗୀତ ଓ ସାହିତ୍ୟ ପାଇଁ ପ୍ରଦାନ କରାଯାଏ।
        ଏହି ସମ୍ମାନ ର ଆନନ୍ଦ କୁ କାର୍ଟର ବେଶି ଦିନ ଅନୁଭବ କରିପାରିନଥିଲେ।ଏହି ସମ୍ମାନ ପାଇବାର ମାତ୍ର କେତେମାସ ପରେ ମାତ୍ର ୩୩ ବର୍ଷ ବୟସରେ ସେ ମୃତ୍ୟୁ ବରଣ କରିଥିଲେ।
        ତାଙ୍କ ର ମୃତ୍ୟୁ ଏକ ସାଧାରଣ ମୃତ୍ୟୁ ନଥିଲା।ଗଭୀର ମାନସିକ ପୀଡା ଯୋଗୁ ତାଙ୍କର ମୃତ୍ୟୁ ହୋଇଥିଲା।
        ଫଟୋ ଟିରେ ଗୋଟିଏ ମରଣୋନ୍ମୁଖୀ ଶିଶୁ ର ମୃତ୍ୟୁ କୁ ଅପେକ୍ଷା କରିଛି ଶାଗୁଣା ଟିଏ।ଅଳ୍ପ ସମୟ ପରେ ତାର ଖାଦ୍ୟ ହେବ ସେ ଶିଶୁ।ଏହି ଫଟୋ ଓ ଫଟୋଗ୍ରାଫର ଙ୍କ ଚର୍ଚ୍ଚା ରେ ସାରା ବିଶ୍ୱ ବ୍ୟସ୍ତ ଥିବା ବେଳେ ଦିନେ କାର୍ଟର ଙ୍କ ପାଖକୁ ଆସିଲା ଏକ ଫୋନ କଲ।ଫୋନ କରୁଥିବା ବ୍ୟକ୍ତି କାର୍ଟର ଙ୍କୁ ପଚାରିଲେ,ଆପଣ ଫଟୋ ଉଠେଇସାରିବା ପରେ କଣ କଲେ?
କାର୍ଟର ପହିଲେ,ମୋର ଫ୍ଲାଇଟ ରେ ଯିବାର ଥିଲା,ତେଣୁ ମୁଁ ଚାଲି ଆସିଲି।
ବ୍ୟକ୍ତି ପଚାରିଲେ,ତା ପରେ ସେ ପିଲାଟି ର କଣ ହେଲା?
କ୍ୱାର୍ଟର କହିଲେ,ମୁଁ ଜାଣେନା।
ବ୍ୟକ୍ତି ଜଣକ ଦୁଃଖ ଓ ବିରକ୍ତିରେ କହିଲେ,ତେବେ ସେଦିନ ସେଠି ଦୁଇଟି ଶାଗୁଣା ଥିଲେ।ଗୋଟେ ପିଲା ଟିକୁ ଖାଇବାକୁ ଅପେକ୍ଷା କରିଥିବା ବେଳେ ଅନ୍ୟ ଟି ହାତରେ କ୍ୟାମେରା ଥିଲା।
        ଏହି ଘଟଣା ପରେ କାର୍ଟର ଖୁବ ମାନସିକ ଯନ୍ତ୍ରଣା ଭୋଗିଲେ ଓ କିଛି ଦିନ ପରେ ମୃତ୍ୟୁ ବରଣ କଲେ।
         ଯଦି କାର୍ଟର ପିଲାଟିକୁ ଆଣି କୌଣସି ଶିଶୁ ସୁରକ୍ଷା କେନ୍ଦ୍ର ରେ ଦେଇ ତାର ଚିକିତ୍ସା ର ବ୍ୟବସ୍ଥା କରିଥାନ୍ତେ ହୁଏତ ଦୁଇଟି ଜୀବନ ବଞ୍ଚିପାରିଥାନ୍ତା!!ନୁହେଁକି?
            ଏମିତି କିଛି ଫଟୋ ସୋସିଆଲ ମେଡିଆରେ ଛାଡି ନିଜେ ନିଜର ଢୋଲ ପିଟିବା ଅପେକ୍ଷା କ୍ୟାମେରା ଠାରୁ ଦୂରରେ ରହି ଯଥା ସମ୍ଭବ ସାହାଯ୍ୟ ଓ ସହାନୁଭୂତି ଜଣେଇବା ର ମାନବିକତା ଠାରୁ ଆଉ କିଛି ବଡ଼ ନୁଁହ।ଏଇ କଥା ଟି ହିଁ ଏ ଘଟଣା ରୁ ଆମକୁ ଶିଖିବାର ଅଛି।

ଆପଣକଂ ନଜର ରେ ଜଦି କୌଣସି ଛୋଟ ପିଲା ଭିକ ମାଗିବାର ଦେଖନ୍ତି ତାହେଲେ ଏହି helpline number ରେ କଲ କରନ୍ତୁ-

କିଛି ଆବଶ୍ୟକ ଜାଣିବା କଥା-:




୧-: ଯଦି ସାରା ଭାରତରେ ଛୋଟ ପିଲାଙ୍କୁ ଭିକ ମାଗିବାର ଦେଖିବେ, ଦୟାକରି ଏହି ନମ୍ବରରେ ସମ୍ପର୍କ କରିବାକୁ ଅନୁରୋଧ ।
RED SOCIETY-:୯୯୪୦୨୧୭୮୧୬ । ରେଡ୍ ସୋସାଇଟି ସଂସ୍ଥା ଏପରି ପିଲାମାନଙ୍କୁ ପଢିବାରେ ସାହାଯ୍ୟ କରେ ।

୨-: ଯଦି ଆପଣଙ୍କୁ କୌଣସି ଗ୍ରୁପ୍ ବ୍ଲଡ ଆବଶ୍ୟକ ଆପଣ ଏହି ଓ୍ବେବସାଇଟ୍ ର ସାହାଯ୍ୟ ନେଇ ପାରିବେ । ଆପଣଙ୍କ ରକ୍ତ ଦାତାଙ୍କ ଠିକଣା ଓ ମୋବାଇଲ୍ ନମ୍ବର ମିଳିଯିବ । www.friendstosupport.org/

୩-: ହ୍ୟାଣ୍ଡିକ୍ୟାପ ଓ ଶାରୀରିକ ବିକଳାଙ୍ଗ ପିଲାମାନଙ୍କ ପାଇଁ ନିଶୁଳ୍କ ଶିକ୍ଷା ଓ ନିଶୁଳ୍କ ଛାତ୍ରାବାସ ପାଇଁ ସମ୍ପର୍କ କରନ୍ତୁ । MOB-୯୮୪୨୦୬୨୫୦୧ ଓ ୯୮୯୪୦୬୭୫୦୬

୪-: ନିଆଁରେ ଜଳି ଯାଇଥିବା ଲୋକ, ଜନ୍ମରୁ କାନ, ନାକ ଓ ଚେହେରା ପ୍ଲାଷ୍ଟିକ ସର୍ଜରୀ ପାଇଁ ସମ୍ପର୍କ କରନ୍ତୁ  KODIKANAL PASAM HOSPITAL । ସମ୍ପୁର୍ଣ୍ଣ ମାଗଣା ଚିକିତ୍ସା । ଯୋଗାଯୋଗ-: ୦୪୫୪୨୦-୨୪୦୬୬୮ ଓ ୨୪୫୭୩୨

୫-: ଯଦି ଆପଣ କୌଣସି ଡ୍ରାଇଭିଙ୍ଗ ଲାଇସେନ୍ସ, ପାନକାର୍ଡ, ଭୋଟର କାର୍ଡ, ଆଧାର କାର୍ଡ, ପାସପୋର୍ଟ, ବ୍ୟାଙ୍କ ପାସବୁକ୍ ଓ ସାର୍ଟିଫିକେଟ୍ କେଉଁଠି ପଡିଥିବାର ଦେଖିବେ, ଦୟା କରି ଡାକ ବିଭାଗରେ ଜମା କରି ଦିଅନ୍ତୁ । ଡାକ ବିଭାଗ ଏହାକୁ ତାର ମାଲିକ ପାଖରେ ପହଞ୍ଚାଇ ଦେବ ଓ ଏଥି ପ୍ରତି ଆପଣଙ୍କୁ କୌଣସି ଖର୍ଚ ଲାଗିବ ନାହିଁ ।

୬-: ୦-୧୦ ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁଙ୍କ ମାଗଣା ହାର୍ଟ ସର୍ଜରୀ SRI VALLI BABA INSTITUTE ରେ ଉପଲବ୍ଧ । ଯୋଗାଯୋଗ- ୯୮୧୬୭୩୭୪୭୧

୭-: ବ୍ଲଡ କ୍ୟାନ୍ସର ପାଇଁ ଚିକିତ୍ସା

Lmitinef mercliet ନାମକ ଏକ ଔଷଧ ଯାହା ବ୍ଲଡ କ୍ୟାନସର ପାଇଁ ବ୍ୟବହାର କରାଯାଏ, ଏହା ADYAR CANCER INSTITUTE CHENNAI ରେ ମାଗଣାରେ ଉପଲବ୍ଧ ।
Adyar cacer institute
DEPT-Cancer
Address-East cannal road
Gandhi Nagar,Adyar, Chennai-୬୦୦୦୨୦
ଯୋଗାଯୋଗ- ୦୪୪-୨୪୯୧୦୭୫୪,୨୪୯୧୧୫୨୬ ଓ ୨୨୩୫୦୨୪୧

୮-: ଆପଣଙ୍କୁ ଅନୁରୋଧ ଯଦି ଆପଣଙ୍କ ଘରେ କୌଣସି ବିବାହ, ବ୍ରତ ଓ କୌଣସି ସମାରୋହରେ ଖାଦ୍ୟ ବଳକା ହୁଏ, ଏହାକୁ ନଷ୍ଟ ନକରି ୧୦୯୮ରେ ଯୋଗାଯୋଗ କରନ୍ତୁ । ୧୦୯୮ ଏକ ଶିଶୁ ସହାୟକ ସଂସ୍ଥା । ସଂସ୍ଥାର ଲୋକମାନେ ଆସି ବଳକା ଖାଦ୍ୟ ନେଇଯିବେ । ଆପଣଙ୍କ ନଷ୍ଟ ହେବାକୁ ଥିବା ଖାଦ୍ୟ ଅନ୍ୟ କାହା ମୁହଁରେ ହସ ଟିକେ ଭରିଦେବ ।

ଆପଣ ପ୍ରତ୍ୟକଦିନ ମଜ୍ଜା କଥା, ଗଳ୍ପ, କବିତା ଓ ଫଟୋ ସାଙ୍ଗମାନଙ୍କ ସହିତ ସେୟାର କରୁଛନ୍ତି । ଆପଣମାନେ ଏହି ମେସେଜ୍ ବହୁ ମାତ୍ରାରେ ସେୟାର କରି କାହା ମୁହଁରେ ହସ ଟିକେ ଫୁଟାଇଲେ କେତେ ଭଲ ହେବ । ସାହାଯ୍ୟକାରୀ ହାତ ପ୍ରାଥାନା କରୁଥିବା ହୃଦୟ ଠାରୁ ଅଧିକ ଶକ୍ତିଶାଳୀ । ମୁଁ ଜାଣିନାହିଁ ଭଗବାନଙ୍କ ଫଟୋ ସେୟାର କଲେ ପୁନ୍ୟ ମିଳେ କି ନାହିଁ । କିନ୍ତୁ ଏପରି ହୋଇପାରେ ଆପଣଙ୍କ ଥରୁଟିଏ ସେୟାର କଲେ ଏହା କାହା ଜୀବନ ବଞ୍ଚାଇବାରେ ସହାୟକ ହୋଇ ପାରିବ ।

Plz... Share this msg....

ମାନସ ଦାସକଂ ଲେଖାରୁ -ଶ୍ରୀହୀନ ଶ୍ରୀକ୍ଷେତ୍ର----

------------------------------ଶ୍ରୀହୀନ ଶ୍ରୀକ୍ଷେତ୍ର --------------------------


୨୦୧୯ ମଇ ଦୁଇ ତାରିଖ ,ଘନ ଘନ ରେଡ଼ିଓ ଆଉ ଟିଭି ରେ ବାଜୁଥାଏ ସତର୍କ ସୂଚନା .ସକାଳୁ ସକାଳୁ ଚାରିଆଡେ ଖାଲି ଟୁପୁରୁ ଟାପୁରୁ ସମ୍ଭାବ୍ୟ ବାତ୍ୟା କୁ ନେଇ .କିଏ କହୁଥାଏ ଏଥର ମାଳିକା ତା ସତ ହେଇଜିବତ କିଏ କହୁଥାଏ ଏଥର ଧ୍ବଂସ ହେବା ଟା ସାର.ପୁଣି କିଏ

କିଏ କହୁ ଥାନ୍ତି ବାଇଶି ପାହାଚେ ମୀନ ଖେଳିଲା ଭଳି ମନ୍ତବ୍ୟ ମାନ.ସେଇ ସମୟ ଭିତରେ କିଛି ଲୋକ ଧାଁ ଧପଡ଼ କରୁଥାନ୍ତି ବଜାର ଅଭିମୁଖେ ହାତରେ ଖଣ୍ଡେ ଖଣ୍ଡେ  ବ୍ୟାଗ ଧରି ନିଜ ନିଜର ଅତ୍ୟାବଶକୀୟ ଜିନିଷ ଘରକୁ ଆଣିବା  ପାଇଁ.ସମସ୍ତେ ପ୍ରାୟ ବ୍ୟସ୍ତ

.ଡାଲି,ଚାଉଳ,କିରୋସିନି, ମହମବତୀ ର ଦର ଆକାଶ ଛୁଆଁ.ଦିନ ଆଉ ରାତିର ବ୍ୟବଧାନ ଯେତିକି କମି କମି ଆସୁଥାଏ ମନ ଭିତରେ ଲୋକ ମାନଙ୍କର ସେତିକି ଭୟ ର ବାତାବରଣ ଖେଳି ଖେଳି ଯାଉଥାଏ.ଡ଼ାକବାଜି ଯନ୍ତ୍ର ଟା ବି କହିବାକୁ ଆରମ୍ଭ କଲାଣି ବିଜୁଳି କଟିଯିବ

ଆଉ ମୋବାଇଲ ସେବାବି. ସବୁକିଛି  ଠପ ହେଇଯିବ .
ସେଇ ସମୟ ଭିତରେ ମନେ ପଡ଼ିଯାଏ ୧୯୯୯ ମସିହା ଅକ୍ଟୋବର ୨୯ ତାରିଖର ପ୍ରକୃତିର କରାଳ ରୂପ ଅର୍ଥାତ ମହାବାତ୍ୟା.ସେଦିନ ବି ଠିକ ଏହିଭଳି ଶୁକ୍ରବାର ଥିଲା.ଆଜି ରାତିଟା ପାହିଗଲେ ପୁଣି ସେହିଭଳି ପରିସ୍ଥିତି ଉପୁଯିବନି ତ ?ଏମିତି ଭୟ ର ବାତାବରଣ ଭିତରେ

ରାତିରେ  ଆଉ କାହାରିଙ୍କ ଆଖିରେ ନିଦ ନଥାଏ.ସମସ୍ତେ ନିଜ ନିଜର ପ୍ରିୟ ପରିଜନ ଙ୍କ ସହିତ କଥା ହେବାରେ ବ୍ୟସ୍ତ ଯେମିତି ରାତିଟା ପାହିଗଲେ କେହି କାହାରିଙ୍କୁ ଆଉ ଦେଖି ପାରିବେ ନାହିଁ.
ରାତି ପାହିଗଲା. ସବୁକିଛି ଠିକ ଠାକ.ନିରବ ହେଇ ପଡିଲା ପ୍ରକୃତି ରାଣୀ କିଛି ସମୟ ପାଇଁ.ହଠାତ ଦିନ ପ୍ରାୟ ଦଶଟା ବେଳେ ପ୍ରଚଣ୍ଡ ଶବ୍ଦରେ କମ୍ପି ଉଠିଲା ଶ୍ରୀକ୍ଷେତ୍ର.ଅନ୍ଧାର କଳା ମଚମଚ  ବାଦଲ ସହିତ ଅଣଚାଶ ପବନର ଚାବୁକ ପ୍ରହାର ରେ କ୍ଷତାକ୍ତ ହେଇ

ପଡିଲେ ଶ୍ରୀକ୍ଷେତ୍ର ବାସୀ.ପବନ ର ରାକ୍ଷସ ଟି କିନ୍ତୁ ରକ୍ତ ମୁଖା.ନିଜର ଉଗ୍ର ପଞ୍ଝାଟିକୁ ମେଲାଇ ନଷ୍ଟ ଭ୍ରଷ୍ଟ କରି ଚାଲିଥିଲା ଗଛ,ବୃକ୍ଷ ଦୋକାନ,ବଜାର ,ଗାଡି,ମୋଟର ସବୁକିଛି,ଏମିତିକି ବେଳେବେଳେ ଜଗତର ନାଥଙ୍କର ଶ୍ରୀମନ୍ଦିର କୁ ବି .ସାରା ଜଗତ କୁ ଘଣ୍ଟ

 ଘୋଡେଇ ରଖିଥିବା  ଜଗନ୍ନାଥ ସ୍ୱାମୀ ବି ନିରବ.ଚାହୁଁ ଚାହୁଁ ଶହ ଶହ ବର୍ଷର କିମ୍ବଦନ୍ତୀ କୁ ଜାବୁଡ଼ିଧରି ସାରା ବିଶ୍ଵଦରବାରରେ ସ୍ୱତନ୍ତ୍ରତା ଜାହିର କରିଆସିଥିବା ଶ୍ରୀକ୍ଷେତ୍ର ଶ୍ରୀହୀନ ହେଇ ପଡିଲା ନିମିଷକ ମଧ୍ୟରେ .ବେଳାଭୂମି ଆଉ ବଡଦାଣ୍ଡ  ଖାଁ ଖାଁ ,ହୃଦୟକୁ ଖଣ୍ଡବିଖଣ୍ଡିତ

 କରିପକାଉଛି ଥୁଣ୍ଟା  ଗଛ ର ନିରବ କ୍ରନ୍ଦନ ,ସୁଭିଲାନି କାଉ ଆଉ କୋଇଲିର ରାବ .ବାଜିଲାନି ଆଉ  ଷାଠିଏ ପଉଟି ଭୋଗରୁ ତୁମର .........କୋଠ ଭୋଗଖିଆ .....ଇତ୍ୟାଦି
ସେଇ ଦିନଠାରୁ ଆଜିପର୍ଯ୍ୟନ୍ତ  ତାଣ୍ଡବ ର ଧ୍ବଂସଗଦା ତଳୁ ଶ୍ରୀକ୍ଷେତ୍ର ର ପ୍ରତିଟି ମଣିଷ ନିଜକୁ ଖୋଜି ସାଉଁଟି ଚାଲିଛି ଆଉଥରେ  ନିଜର ସତ୍ତା ଟିକକ ପାଇଁ.

--------------------ମାନସ ଦାସ ,ଧାନଦିଆ ,ରାଜନଗର --------------------

ଡାଏରୀ ଗୋଲାପ ଭାଗ ୨

ଡାଏରି ଗୋଲାପ
--------------------
【ଭାଗ - ୨】

×××××

ଦିନ ଦଶ ଟା ବେଳେ ଶୋଇକି ଉଠିଲା ଅଭି । ବାହାରକୁ ଆସିଲା ମୁହଁ ଧୋଇବାକୁ। ପାପାଙ୍କୁ ଖୋଜିଲା। ମାମାଙ୍କୁ ପଚାରିଲା ,"ପାପା?"

-"ବଜାର ଯାଇଛନ୍ତି ମଟନ ଆଣିବେ ବୋଲି।"

-"ତାଙ୍କୁ କାହିଁକି କହିଲୁ। ସେ ଟାୟାର୍ଡ଼ ହୋଇ ଆସିଛନ୍ତି ; ରେଷ୍ଟ୍ ନେଇ ନଥା'ନ୍ତେ .. ମୋତେ ଡାକିଲୁନି?"

-"ତୁ କୋଉଦିନ  ଦଶଟା ପୂର୍ବରୁ ଉଠୁ ଯେ ତୋତେ ଡାକିବି? ତା'ପରେ ତୋ ପାପା ମନାକଲେ ତୋତେ ଡାକିବାକୁ।"

ଦାଣ୍ଡପଟେ ଗାଡ଼ି ସାଉଣ୍ଡ ଶୁଭିଲା । ନାୟକ ବାବୁ ପରିବା, ମଟନ ନେଇ ଆସି ପହଁଚିଲେ । ଅଭି ଦୌଡ଼ି ଯାଇ ତାଙ୍କ ହାତରୁ  ବ୍ୟାଗ ଟା ଧରି ପକେଇଲା।

ନାୟକ ବାବୁ-"ଗୁଡ଼୍ ମର୍ଣ୍ଣିଂ ବେଟା । ବ୍ରସ୍ କରିଲୁଣି ? ସ୍ପେଶାଲ୍ ଦୋସା ଆଣିଛି । ଖାଇବୁ ।"

-"ଗୁଡ଼୍ ମର୍ଣ୍ଣିଂ ପାପା ।ତୁମେ କାହିଁକି ଯାଉଥିଲ ? ମୁଁ ଯାଇ ସବୁ ନେଇ ଆସି ନଥା'ନ୍ତି.. ?"

-"ତୁ ଶୋଇ ଥିଲୁ ତ ... ହଉ ଛାଡ଼। ଆଜି ମଟନ ରାନ୍ଧିବା କାମ ମୋର । ତୁ ମୋତେ ହେଲ୍ପ୍ କରିବୁ ତ ??"

-"ସିୟୋର୍ ପାପା । ସବୁ ଦିନ ମାମା ରୋଷେଇ ଖାଇ ମଣିଷ ବୋର୍ ହୋଇଗଲାଣି।"

ଭିତରୁ ଗୀତାଙ୍କ କାନରେ ଏ କଥା ପଡ଼ୁଥିଲା। କହିଲେ-"କହିବୁନି ତ ଆଉ କଣ? ଦେଖିବିନି କେତେ ଦିନ ପାପା ରୋଷେଇ କରି ଦେବେ.. ସେ ଗଲା ପରେ ତୁ ଯାଇ ହୋଟେଲରେ ଖାଇବୁ।"

×××××

ଖରାବେଳେ ସମସ୍ତେ ଖାଇ ବସିଛନ୍ତି । ନାୟକବାବୁ ଗୀତାଙ୍କୁ ମଜାରେ ପଚାରି ଦେଲେ -"ମଟନ କେମିତି ହେଇଛି ? ତୁମ ରନ୍ଧାଠାରୁ ବେଟର୍ ନା ନାହିଁ ?"

-" ଚଳିବ । ଆଉ ଟିକେ କଷା ହେଇଥା'ନ୍ତା, ଲୁଣ ବି ପଡ଼ିଥା'ନ୍ତା । ତେଲ ବେଶି ହେଇଗଲା ।"

ଅଭି -"ପାପା ! ମାମା ଜଳୁଛି । ସେ ତା' ଲାଇଫରେ ଏମିତି କରିନି କି କରି ପାରିବନି ତ ....! ମଟନ ସୁପର୍ବ...ୟମି !"

ଗୀତା-"ତୁ ତ ବେଶି ଜାଣିଛୁ ? ପାପା ପାଇଁ ଓକିଲାତି କଲା ଆସିକି.."

ନାୟକ ବାବୁ ଚୁପ ଚୁପ ହସୁଥା'ନ୍ତି।
ଖାଇ ସାରି ସମସ୍ତେ ଉଠିଲେ। ନାୟକବାବୁ ଅଭିକୁ କହିଲେ -"ବାବା ! ସନ୍ଧ୍ୟାରେ ତୋର କିଛି କାମ ଅଛି ? ନୂଆ ବ୍ରିଜ ଆଡ଼େ ବୁଲିବାକୁ ଯିବା?"

-"ସିୟୋର୍ ପାପା। ଯିବା। ମୋର କିଛି କାମ ନାହିଁ।"

-"ଠିକ୍ ଅଛି । ତୁ ଯାଇ ଟିକେ ରେଷ୍ଟ ନେଇ ଯା'।"

ନାୟକବାବୁ ତାଙ୍କ ବେଡ଼ରୁମର ବେଡ଼କୁ ଆଉଜି ଟିଭି ଦେଖୁଛନ୍ତି । ଗୀତା ଆସିଲେ ଲୁଗା କାନିରେ ହାତ ପୋଛି ପୋଛି। ପଚାରିଲେ-"ଅଭି କୁ ପଚାରିଲ?"

-"କୋଉ କଥା?"

-"ଦେଖୁନ !! ଘର ବୁଡ଼ି ପାଣି ଆଣ୍ଠିଏ ହେଲାଣି; ତୁମର ଚିନ୍ତାଦକ ନାହିଁ । ସେଇ ଝିଅ କଥା ।"

-"ତୁମେ କାହିଁକି ତା' ପଛରେ ପଡ଼ିଛ ? ତୁମକୁ କହିଥିଲି ନା ତୁମେ ମୁଣ୍ଡ ଖେଳାଅନି, ମୁଁ ବୁଝିବି; ତୁମେ କାହିଁକି ଅଯଥାଟାରେ ଟେନସନ ନଉଛ ? ସେ କଣ ଛୋଟପିଲା ହେଇଛି ? ମୁଁ ସମୟ ସୁବିଧା ଦେଖି ତା' ସହ କଥା ହେବି । ତୁମେ ସବୁବେଳେ ତା' ସହ ବକର ବକର ହେବାରୁ ଦେଖୁନ କେମିତି ଚିଡୁଛି ତୁମ ଉପରେ ??"

-"ହଉ ହେଲା ବାବା। ତୁମେ ବୁଝାବୁଝି ହୁଅ। ଲେଡ଼ିଗୁଡ଼ କହୁଣୀକୁ ବହିଗଲେ ବସି ଜିଭ ଲମ୍ବଉଥିବ। ବୁଝିବ ସେତେବେଳେ।"

ଚିଡ଼ି ଚିଡ଼ି ହୋଇ ଶୋଇଲେ ଗୀତା। ନାୟକବାବୁ ଟିଭିର ଭଲ୍ୟୁମ୍ ଟିକେ କମ୍ କରିଦେଲେ।

×××××

ସନ୍ଧ୍ୟାବେଳେ ବ୍ରିଜ ପାଖରେ ବସିଛନ୍ତି ନାୟକବାବୁ ଓ ଅଭି। ସୁଲୁସୁଲିଆ ପବନ ବହୁଛି।  ପୁନେଇଁଜହ୍ନଟା ବିଛାଡ଼ି ହେଇ ପଡ଼ିଛି ଚାରିଆଡ଼େ। ରୂପେଲି କିରଣରେ ନଈପାଣି ଝଲମଲ କରୁଛି। ନାୟକବାବୁ ପଚାରିଲେ-"ସେ ଝିଅ କିଏ?"

-"(ଅଭି ଚମକି ପଡ଼ି ଉତ୍ତର ଦେଲା)କୋଉ ଝିଅ?"

-"ବାବା ! ମୋତେ ସତ କହିଲୁ। ତୁ ଜାଣିନୁ ମୁଁ କୋଉ ଝିଅ ବିଷୟରେ ପଚାରୁଛି? ତୋ ପିଲାଦିନୁ ମୁଁ ପ୍ରତି ମୁହୂର୍ତ୍ତରେ ଚେଷ୍ଟା କରିଛି ତୋ' ପାପା କମ୍ ସାଙ୍ଗ ବେଶି ହେବାକୁ। ଆଜି ପର୍ଯ୍ୟନ୍ତ ତୋ'ର ସବୁକଥା ମୋ ସହ ତୁ ଶେୟାର୍ କରୁ। ଆଜି କିନ୍ତୁ ମୋତେ ତୁ ମିଛ କହୁଛୁ, ତା ପୁଣି ଗୋଟେ ଝିଅ ପାଇଁ??"

-"ସରି ପାପା । ଭୟ ଲାଗୁଥିଲା। ଲାଜ ବି। ସୋ.....। ତା' ନାଁ ତନିଶା ମହାନ୍ତି। ଘର ଭୁବନେଶ୍ୱର। +୩ ସାଇନ୍ସ ପଢୁଛି ରମାଦେବୀ ଓମେନ୍ସ କଲେଜରେ। ତା' ବାପା ଟିଚରସିପ୍ କରନ୍ତି ହାଇସ୍କୁଲରେ। ମା' ହାଉସ୍ ୱାଇଫ। ତା' ସାନ ଭାଇ ଇଂଜିନିୟରିଂ କରୁଛି ଆମ କଲେଜରେ।"

-"କେବେଠୁଁ ତୁ ତାକୁ ଚିହ୍ନିଛୁ? ତାଙ୍କ ଘରେ ଏସବୁ ଜାଣିଛନ୍ତି?"

-" ଏଇ ପାଞ୍ଚ ଛ' ମାସ ହେବ ଆମେ ପରସ୍ପରକୁ ଚିହ୍ନିଛୁ। ତା' ଭାଇ ସାଙ୍ଗରେ ତାଙ୍କ ଘରକୁ ଯାଇଥିଲି, ସେଇଠି ପ୍ରଥମ ଦେଖା। ତାଙ୍କ ଘରେ କେହି ଜାଣି ନାହାନ୍ତି।"

-"ଆଉ ତା' ଭାଇ ?"

-"ନା ।"

-"ଆଗକୁ କଣ ଭାବିଚ ଦି'ଜଣ ? ଆଇ ମିନ୍ ଏବାଉଟ୍ ୟୋର୍ ଫିଉଚର୍?"

-"ନଥିଙ୍ଗ। ତା' ପଢ଼ା ସରୁ। ଦେନ ଉଇଲ ଥିଙ୍କ ଏବାଉଟ ମ୍ୟାରେଜ।"

-"ଓ...। ଆଉ ଯଦି ସେ ରାଜି ନହୁଏ ? ତାଙ୍କ ଘରେ ତାକୁ ଅନ୍ୟ କୋଉଠି ମ୍ୟାରେଜ ପାଇଁ ବାଧ୍ୟ କରନ୍ତି..ସେ ବି ଯଦି ରାଜି ହୋଇଯାଏ ?"

-"ନା, ସେ ମୋ ସହ ସେମିତି କରିବନି। ସେ ସାରା ଦୁନିଆଁ ସହ ଶତ୍ରୁତା କରିବ ପଛେ, ମୋତେ ଛାଡିବନି। ମୋର ବିଶ୍ୱାସ ଅଛି ତା' ଉପରେ, ଆମ ଭଲ ପାଇବା ଉପରେ।"

-"ମୋର ବି ବିଶ୍ବାସ ଥିଲା ତୁ ତୋ ମାମା ଓ ମୋ ଅଜାଣତରେ ସେମିତି କିଛି ଭୁଲ ପଦକ୍ଷେପ ନେବୁନି, ହେଲେ ତୁ ବି ତ ଭୁଲ କଲୁ। ତୁ ତ ତାକୁ ମାତ୍ର ଛ' ମାସ ହେଲା ଚିହ୍ନିଛୁ, ଆମେ ତ ତୋତେ ୨୦ ବର୍ଷ ହେବ ଜାଣିଛୁ। ତୋ ସ୍ୱପ୍ନକୁ ପୁରା କରିବାକୁ ନିଜେ ସ୍ୱପ୍ନ ଦେଖିବା ବନ୍ଦ କରି ଦେଇଛୁ। ତୋର ତା' ସହ ସମ୍ପର୍କ ମାନସିକ ସ୍ତରରେ, ହେଲେ ଆମର ରକ୍ତ ତୁ। ତୁ କିନ୍ତୁ ତ ବଦଳି ଗଲୁ ନା??"

-"ପ୍ରେମ କରିବା କଣ ଭୁଲ ପାପା?"
                                                    (କ୍ରମଶଃ)
ଦେବାଶିଷ ଶତପଥୀ।