ଡାଏରି ଗୋଲାପ
--------------------
【ଭାଗ - ୨】
×××××
ଦିନ ଦଶ ଟା ବେଳେ ଶୋଇକି ଉଠିଲା ଅଭି । ବାହାରକୁ ଆସିଲା ମୁହଁ ଧୋଇବାକୁ। ପାପାଙ୍କୁ ଖୋଜିଲା। ମାମାଙ୍କୁ ପଚାରିଲା ,"ପାପା?"
-"ବଜାର ଯାଇଛନ୍ତି ମଟନ ଆଣିବେ ବୋଲି।"
-"ତାଙ୍କୁ କାହିଁକି କହିଲୁ। ସେ ଟାୟାର୍ଡ଼ ହୋଇ ଆସିଛନ୍ତି ; ରେଷ୍ଟ୍ ନେଇ ନଥା'ନ୍ତେ .. ମୋତେ ଡାକିଲୁନି?"
-"ତୁ କୋଉଦିନ ଦଶଟା ପୂର୍ବରୁ ଉଠୁ ଯେ ତୋତେ ଡାକିବି? ତା'ପରେ ତୋ ପାପା ମନାକଲେ ତୋତେ ଡାକିବାକୁ।"
ଦାଣ୍ଡପଟେ ଗାଡ଼ି ସାଉଣ୍ଡ ଶୁଭିଲା । ନାୟକ ବାବୁ ପରିବା, ମଟନ ନେଇ ଆସି ପହଁଚିଲେ । ଅଭି ଦୌଡ଼ି ଯାଇ ତାଙ୍କ ହାତରୁ ବ୍ୟାଗ ଟା ଧରି ପକେଇଲା।
ନାୟକ ବାବୁ-"ଗୁଡ଼୍ ମର୍ଣ୍ଣିଂ ବେଟା । ବ୍ରସ୍ କରିଲୁଣି ? ସ୍ପେଶାଲ୍ ଦୋସା ଆଣିଛି । ଖାଇବୁ ।"
-"ଗୁଡ଼୍ ମର୍ଣ୍ଣିଂ ପାପା ।ତୁମେ କାହିଁକି ଯାଉଥିଲ ? ମୁଁ ଯାଇ ସବୁ ନେଇ ଆସି ନଥା'ନ୍ତି.. ?"
-"ତୁ ଶୋଇ ଥିଲୁ ତ ... ହଉ ଛାଡ଼। ଆଜି ମଟନ ରାନ୍ଧିବା କାମ ମୋର । ତୁ ମୋତେ ହେଲ୍ପ୍ କରିବୁ ତ ??"
-"ସିୟୋର୍ ପାପା । ସବୁ ଦିନ ମାମା ରୋଷେଇ ଖାଇ ମଣିଷ ବୋର୍ ହୋଇଗଲାଣି।"
ଭିତରୁ ଗୀତାଙ୍କ କାନରେ ଏ କଥା ପଡ଼ୁଥିଲା। କହିଲେ-"କହିବୁନି ତ ଆଉ କଣ? ଦେଖିବିନି କେତେ ଦିନ ପାପା ରୋଷେଇ କରି ଦେବେ.. ସେ ଗଲା ପରେ ତୁ ଯାଇ ହୋଟେଲରେ ଖାଇବୁ।"
×××××
ଖରାବେଳେ ସମସ୍ତେ ଖାଇ ବସିଛନ୍ତି । ନାୟକବାବୁ ଗୀତାଙ୍କୁ ମଜାରେ ପଚାରି ଦେଲେ -"ମଟନ କେମିତି ହେଇଛି ? ତୁମ ରନ୍ଧାଠାରୁ ବେଟର୍ ନା ନାହିଁ ?"
-" ଚଳିବ । ଆଉ ଟିକେ କଷା ହେଇଥା'ନ୍ତା, ଲୁଣ ବି ପଡ଼ିଥା'ନ୍ତା । ତେଲ ବେଶି ହେଇଗଲା ।"
ଅଭି -"ପାପା ! ମାମା ଜଳୁଛି । ସେ ତା' ଲାଇଫରେ ଏମିତି କରିନି କି କରି ପାରିବନି ତ ....! ମଟନ ସୁପର୍ବ...ୟମି !"
ଗୀତା-"ତୁ ତ ବେଶି ଜାଣିଛୁ ? ପାପା ପାଇଁ ଓକିଲାତି କଲା ଆସିକି.."
ନାୟକ ବାବୁ ଚୁପ ଚୁପ ହସୁଥା'ନ୍ତି।
ଖାଇ ସାରି ସମସ୍ତେ ଉଠିଲେ। ନାୟକବାବୁ ଅଭିକୁ କହିଲେ -"ବାବା ! ସନ୍ଧ୍ୟାରେ ତୋର କିଛି କାମ ଅଛି ? ନୂଆ ବ୍ରିଜ ଆଡ଼େ ବୁଲିବାକୁ ଯିବା?"
-"ସିୟୋର୍ ପାପା। ଯିବା। ମୋର କିଛି କାମ ନାହିଁ।"
-"ଠିକ୍ ଅଛି । ତୁ ଯାଇ ଟିକେ ରେଷ୍ଟ ନେଇ ଯା'।"
ନାୟକବାବୁ ତାଙ୍କ ବେଡ଼ରୁମର ବେଡ଼କୁ ଆଉଜି ଟିଭି ଦେଖୁଛନ୍ତି । ଗୀତା ଆସିଲେ ଲୁଗା କାନିରେ ହାତ ପୋଛି ପୋଛି। ପଚାରିଲେ-"ଅଭି କୁ ପଚାରିଲ?"
-"କୋଉ କଥା?"
-"ଦେଖୁନ !! ଘର ବୁଡ଼ି ପାଣି ଆଣ୍ଠିଏ ହେଲାଣି; ତୁମର ଚିନ୍ତାଦକ ନାହିଁ । ସେଇ ଝିଅ କଥା ।"
-"ତୁମେ କାହିଁକି ତା' ପଛରେ ପଡ଼ିଛ ? ତୁମକୁ କହିଥିଲି ନା ତୁମେ ମୁଣ୍ଡ ଖେଳାଅନି, ମୁଁ ବୁଝିବି; ତୁମେ କାହିଁକି ଅଯଥାଟାରେ ଟେନସନ ନଉଛ ? ସେ କଣ ଛୋଟପିଲା ହେଇଛି ? ମୁଁ ସମୟ ସୁବିଧା ଦେଖି ତା' ସହ କଥା ହେବି । ତୁମେ ସବୁବେଳେ ତା' ସହ ବକର ବକର ହେବାରୁ ଦେଖୁନ କେମିତି ଚିଡୁଛି ତୁମ ଉପରେ ??"
-"ହଉ ହେଲା ବାବା। ତୁମେ ବୁଝାବୁଝି ହୁଅ। ଲେଡ଼ିଗୁଡ଼ କହୁଣୀକୁ ବହିଗଲେ ବସି ଜିଭ ଲମ୍ବଉଥିବ। ବୁଝିବ ସେତେବେଳେ।"
ଚିଡ଼ି ଚିଡ଼ି ହୋଇ ଶୋଇଲେ ଗୀତା। ନାୟକବାବୁ ଟିଭିର ଭଲ୍ୟୁମ୍ ଟିକେ କମ୍ କରିଦେଲେ।
×××××
ସନ୍ଧ୍ୟାବେଳେ ବ୍ରିଜ ପାଖରେ ବସିଛନ୍ତି ନାୟକବାବୁ ଓ ଅଭି। ସୁଲୁସୁଲିଆ ପବନ ବହୁଛି। ପୁନେଇଁଜହ୍ନଟା ବିଛାଡ଼ି ହେଇ ପଡ଼ିଛି ଚାରିଆଡ଼େ। ରୂପେଲି କିରଣରେ ନଈପାଣି ଝଲମଲ କରୁଛି। ନାୟକବାବୁ ପଚାରିଲେ-"ସେ ଝିଅ କିଏ?"
-"(ଅଭି ଚମକି ପଡ଼ି ଉତ୍ତର ଦେଲା)କୋଉ ଝିଅ?"
-"ବାବା ! ମୋତେ ସତ କହିଲୁ। ତୁ ଜାଣିନୁ ମୁଁ କୋଉ ଝିଅ ବିଷୟରେ ପଚାରୁଛି? ତୋ ପିଲାଦିନୁ ମୁଁ ପ୍ରତି ମୁହୂର୍ତ୍ତରେ ଚେଷ୍ଟା କରିଛି ତୋ' ପାପା କମ୍ ସାଙ୍ଗ ବେଶି ହେବାକୁ। ଆଜି ପର୍ଯ୍ୟନ୍ତ ତୋ'ର ସବୁକଥା ମୋ ସହ ତୁ ଶେୟାର୍ କରୁ। ଆଜି କିନ୍ତୁ ମୋତେ ତୁ ମିଛ କହୁଛୁ, ତା ପୁଣି ଗୋଟେ ଝିଅ ପାଇଁ??"
-"ସରି ପାପା । ଭୟ ଲାଗୁଥିଲା। ଲାଜ ବି। ସୋ.....। ତା' ନାଁ ତନିଶା ମହାନ୍ତି। ଘର ଭୁବନେଶ୍ୱର। +୩ ସାଇନ୍ସ ପଢୁଛି ରମାଦେବୀ ଓମେନ୍ସ କଲେଜରେ। ତା' ବାପା ଟିଚରସିପ୍ କରନ୍ତି ହାଇସ୍କୁଲରେ। ମା' ହାଉସ୍ ୱାଇଫ। ତା' ସାନ ଭାଇ ଇଂଜିନିୟରିଂ କରୁଛି ଆମ କଲେଜରେ।"
-"କେବେଠୁଁ ତୁ ତାକୁ ଚିହ୍ନିଛୁ? ତାଙ୍କ ଘରେ ଏସବୁ ଜାଣିଛନ୍ତି?"
-" ଏଇ ପାଞ୍ଚ ଛ' ମାସ ହେବ ଆମେ ପରସ୍ପରକୁ ଚିହ୍ନିଛୁ। ତା' ଭାଇ ସାଙ୍ଗରେ ତାଙ୍କ ଘରକୁ ଯାଇଥିଲି, ସେଇଠି ପ୍ରଥମ ଦେଖା। ତାଙ୍କ ଘରେ କେହି ଜାଣି ନାହାନ୍ତି।"
-"ଆଉ ତା' ଭାଇ ?"
-"ନା ।"
-"ଆଗକୁ କଣ ଭାବିଚ ଦି'ଜଣ ? ଆଇ ମିନ୍ ଏବାଉଟ୍ ୟୋର୍ ଫିଉଚର୍?"
-"ନଥିଙ୍ଗ। ତା' ପଢ଼ା ସରୁ। ଦେନ ଉଇଲ ଥିଙ୍କ ଏବାଉଟ ମ୍ୟାରେଜ।"
-"ଓ...। ଆଉ ଯଦି ସେ ରାଜି ନହୁଏ ? ତାଙ୍କ ଘରେ ତାକୁ ଅନ୍ୟ କୋଉଠି ମ୍ୟାରେଜ ପାଇଁ ବାଧ୍ୟ କରନ୍ତି..ସେ ବି ଯଦି ରାଜି ହୋଇଯାଏ ?"
-"ନା, ସେ ମୋ ସହ ସେମିତି କରିବନି। ସେ ସାରା ଦୁନିଆଁ ସହ ଶତ୍ରୁତା କରିବ ପଛେ, ମୋତେ ଛାଡିବନି। ମୋର ବିଶ୍ୱାସ ଅଛି ତା' ଉପରେ, ଆମ ଭଲ ପାଇବା ଉପରେ।"
-"ମୋର ବି ବିଶ୍ବାସ ଥିଲା ତୁ ତୋ ମାମା ଓ ମୋ ଅଜାଣତରେ ସେମିତି କିଛି ଭୁଲ ପଦକ୍ଷେପ ନେବୁନି, ହେଲେ ତୁ ବି ତ ଭୁଲ କଲୁ। ତୁ ତ ତାକୁ ମାତ୍ର ଛ' ମାସ ହେଲା ଚିହ୍ନିଛୁ, ଆମେ ତ ତୋତେ ୨୦ ବର୍ଷ ହେବ ଜାଣିଛୁ। ତୋ ସ୍ୱପ୍ନକୁ ପୁରା କରିବାକୁ ନିଜେ ସ୍ୱପ୍ନ ଦେଖିବା ବନ୍ଦ କରି ଦେଇଛୁ। ତୋର ତା' ସହ ସମ୍ପର୍କ ମାନସିକ ସ୍ତରରେ, ହେଲେ ଆମର ରକ୍ତ ତୁ। ତୁ କିନ୍ତୁ ତ ବଦଳି ଗଲୁ ନା??"
-"ପ୍ରେମ କରିବା କଣ ଭୁଲ ପାପା?"
(କ୍ରମଶଃ)
ଦେବାଶିଷ ଶତପଥୀ।

No comments:
Post a Comment