ଡାଏରି ଗୋଲାପ
---------------------
【ଭାଗ - ୧】
ଘଟଣା ଟା ଶୁଣି ଭଲ ଲାଗିଲାନି ଜମା ନାୟକ ବାବୁଙ୍କୁ। ସୀମା ସୁରକ୍ଷା ବାହିନୀ ରେ ଚାକିରୀ, ପୁଣି ସୀମାନ୍ତରେ ପୋଷ୍ଟିଂ; ସବୁବେଳେ ମନ ଭାରାକ୍ରାନ୍ତ । ଛାତି ସବୁବେଳେ ଶତ୍ରୁପକ୍ଷ ଗୁଳି ପାଇଁ ପ୍ରସ୍ତୁତ ରହିଛି, ଆଉ ବନ୍ଧୁକ ସଜିଲ ହୋଇ ରହିଛି ଶତ୍ରୁ ର ନିପାତ ପାଇଁ
। ପ୍ରତି କ୍ଷଣ ଛକାପଞ୍ଝାରେ । ତା' ଭିତରେ ସମୟ ବାହାର କରିବାକୁ ହୁଏ ତାଙ୍କୁ ଓ ତାଙ୍କର ଖବରକୁ ଅପେକ୍ଷା କରି ବସିଥିବା ପରିବାର ପାଇଁ । ସବୁ ପ୍ରତିକୂଳ ପରିସ୍ଥିତି ର ବିରୁଦ୍ଧରେ ଯାଇ ମୋବାଇଲ୍ ର ନେଟୱାର୍କ୍ ଖୋଜିବାକୁ ପଡ଼େ ସେମାନଙ୍କର ଭଲମନ୍ଦ ଟିକେ ବୁଝିଦେବା
ପାଇଁ ତଥା ପରୋକ୍ଷରେ ଜଣାଇବାକୁ ହୁଏ ସେ ଜୀବିତ ବୋଲି । ମାତ୍ର ସେତକ ହେଉଛି ଫୌଜୀ ଜୀବନରେ ଦେଶ ପରେ ପରିବାର ପାଇଁ ସମୟ । କର୍ତ୍ତବ୍ୟ ଏବଂ ଦାୟିତ୍ୱ ଭିତରେ ଠିଆ ହୋଇଥିବା ଜଣେ ନୀତିନିଷ୍ଠ ଫୋୖଜୀର ଭୂମିକା ।
ପତ୍ନୀ ଗୀତାଞ୍ଜଳି ଓ ପୁଅ ଅଭିଷେକକୁ ନେଇ କ୍ୟାପ୍ଟେନ୍ ଦିଲ୍ଲୀପ ନାୟକ ଓରଫ ନାୟକ ବାବୁଙ୍କର ଛୋଟିଆ ପରିବାର । ଗୀତା (ଗୀତାଞ୍ଜଳି) ଶିକ୍ଷିତା ଗୃହିଣୀ । ପରିବାରର ଦାୟିତ୍ୱ ପାଇଁ ଚାକିରୀ କଲେନି । ପୁଅ ଅଭିଷେକ ଭୁବନେଶ୍ବରରେ ବି.ଟେକ୍. ପ୍ରଥମ ବର୍ଷ ପଢୁଛି ।
ଭଲ ସ୍କଲାର୍ । ଉଭୟ ବାପାମା'ଙ୍କର ପୁଅକୁ ନେଇ ବଡ଼ ଆଶା । ନାୟକ ବାବୁ ପ୍ରଫେସନାଲି ଜଣେ ଦକ୍ଷ ତଥା ଷ୍ଟ୍ରିକ୍ଟ୍ ଅଫିସର୍ ହେଲେ ବି ପୁଅ ସହ ବହୁତ ଫ୍ରେଣ୍ଡଲି । ପିଲାବେଳୁ ପୁଅ ଅଭି ସହ ଜଣେ ଘନିଷ୍ଠ ବନ୍ଧୁ ଭଳି ମିଶି ଆସିଛନ୍ତି ସେ । ଏକାଠି ଖାଇବା, ଏକାଠି
ଗାଧେଇବା, ବୁଲିବା, ଖେଳିବା, ରାସ୍ତା କଡ଼ରେ ଚାଟ୍ ଗୁପଚୁପ୍ ଖାଇବା, ସିନେମା ଦେଖିଯିବା ଇତ୍ୟାଦି ସେ ଦୁହିଁଙ୍କ ଘନିଷ୍ଠତାର ପ୍ରମାଣ ଦିଏ ।
ତିନି ଦିନ ହେଲା ଘରକୁ କଲ୍ କରି ନଥିଲେ ନାୟକ ବାବୁ । ପ୍ଲାଟୁନ୍ ନେଇ ଗୋଟେ ଅପରେସନ୍ ରେ ଯାଇଥିଲେ । ନେଟୱର୍କ ନ ଥିଲା, ଫୋନ କରିବାକୁ ମଧ୍ୟ ରେଷ୍ଟ୍ରିକ୍ସନ ଥିଲା । ଫେରି ଘରକୁ କଲ କଲେ । ଗୀତା ଫୋନ ଉଠେଇଲେ -"ହ୍ୟାଲୋ"। ସେ ସ୍ୱର ସବୁଥର
ଭଳି ନଥିଲା । ନଥିଲା ସେଥିରେ ପତ୍ନୀତ୍ୱର ସୋହାଗ । ଏମିତି ତ ଦିନେ ଦୁଇ ଦିନ ପରେ ଫୋନ କଲେ ଗୀତାଙ୍କ ସ୍ୱରରେ ଫୁଟି ଉଠେ ଅଜଣା ବିପଦରୁ ପାର ପାଇ ଗଲା ପରର ମନୋଭାବ । ହେଲେ ଆଜି ସେ ପୁରା ଅଲଗା । ସ୍ୱରରୁ ଜଣାପଡୁଛି କରୁଣତା । ନାୟକ ବାବୁ ଗୀତାଙ୍କ ସ୍ୱରରୁ କିଛି ଅଘଟଣ ହୋଇଥିବା ଠଉରେଇ ନେଲେ ।
- "କଣ ହେଇଛି ?"
- " ନା, କିଛି ନାହିଁ ? ତମେ କେବେ ଆସିବ ? "
- " କଣ ହେଇଛି ପରା ପଚାରୁଛି ? କୁହ।"
- " (କାନ୍ଦ କାନ୍ଦ ହୋଇ) ଆମେ ଭାସି ଗଲେ । "
ନାୟକ ବାବୁଙ୍କ ଛାତିରୁ ନିଆଁ ଖସିଗଲା ।
- "ମାନେ ? ପୁରା କଥାଟା କହି ପାରୁନ ?"
- " ଅଭି ଗୋଟେ ଝିଅକୁ ଭଲ ପାଉଛି । "
- "ଏଇ କଥାଟାକୁ ଏତେ ଯାତ୍ରାକରି କହିବା କଣ ଦରକାର ? ଭଲ ପାଉଛି ବୋଲି ତୁମେ କୋଉଠୁ ଶୁଣିଲ? ସେ ଝିଅ କୋଉଠିକାର ? କଣ କରୁଛି? ଆମ ଜାତିର ତ?"
-" ମୁଁ ଏତେ ଡିଟେଲସ୍ ଜାଣି କ'ଣ କରିବି?ମୁଁ ତାକୁ କ'ଣ ବୋହୂ କରିବି ? ଅଭି ବହିରୁ ତା ଫଟୋ ଦେଖିଲି । ପଚାରିଲାରୁ କହିଲା ସାଙ୍ଗ । ରୋଜ ଡେ' ଦିନ ଗୋଟେ ଗୋଲାପ ଫୁଲ ଧରି ସେ ଝିଅ କୁ ଦବାକୁ ଯାଉଥିଲା । ମୁଁ ଦେଖିଦେଲି । ତା'ପରେ ତ ପୁରା ମହାଭାରତ ! ସେ ତା ବିନା ବଞ୍ଚି ପାରିବିନି ବୋଲି କହୁଛି । ଘରେ ଖାଇଲାନି । ମୋ ସହ ଠିକ୍ ସେ କଥା ବି ହଉନି । କାଳେ କଣ କରି ଦେଵ ବୋଲି ମୁଁ କିଛି କହୁନି ତାକୁ । ତୁମରି ମୁହଁ ପାଇ ସିଏ ଏମିତି ହଉଛି । ତୁମେ ଛୁଟି ନେଇ ଆସ । ମୁଁ ଆଉ ପାରୁନି ।"
-"ହଉ । ମୁଁ ପଅର ଦିନ ବାହାରିବି । ଛୁଟି ସାଂକ୍ସନ୍ ହେଇ ଯାଇଛି । ତୁମେ ତାକୁ କିଛି କୁହନି । ରଖିଲି। ବାଏ।"
ଯେତେ ସହଜରେ ପତ୍ନୀଙ୍କୁ ନାୟକବାବୁ ବୁଝେଇ ଦେଲେ, ବାସ୍ତବରେ ସେ ନିଜେ ସେତେ ସହଜ ହୋଇପାରିଲେନି । ଆମ ସମାଜରେ ପ୍ରେମ ଓ ପ୍ରେମୀଙ୍କୁ ଗଳ୍ପ ଓ କବିତାରେ ଉଚ୍ଚାସନ ଦିଆଯାଏ ସିନା, ବାସ୍ତବରେ ସେମାନଙ୍କୁ ଘୃଣ୍ୟ ନଜରରେ ଦେଖାଯାଏ । ନିଜ ପରିବାରରେ ବି ସେମାନଙ୍କ ସାଥ କେହି ଦିଅନ୍ତିନି ।
×××××
ସନ୍ଧ୍ୟା ୭.୩୦ ରେ ଷ୍ଟେସନରେ ପହଞ୍ଚନ୍ତି ନାୟକ ବାବୁ । ଦୀର୍ଘ ଦୁଇ ଦିନର ରେଳଯାତ୍ରା । ଅଭି ଗାଡ଼ି ନେଇ ଆସି ପହଁଚିଥାଏ । ବାପାଙ୍କୁ ଦେଖି ଖୁସିରେ ଯାଇ ପାଦ ଛୁଇଁ ପ୍ରଣାମ କଲା । ତା ମୁହଁକୁ ଦେଖି ଲାଗୁ ନଥିଲା କିଛି ଘଟିଛି ବୋଲି । ଆଗ ଭଳି ହସି କଥା ହଉଥାଏ । ନାୟକ ବାବୁ ବି ଜଣେ ମାହିର କଳାକାର ଭଳି ଅଭିନୟ କଲେ, କିଛି ନଜାଣିଲା ପରି । ଗାଡ଼ି ପଛରେ ବସି ଘରକୁ ଯାଉଛନ୍ତି ସେ, ଚଲାଉଛି ଅଭି ।
- " ପଢ଼ା ପଢ଼ି ଠିକ୍ ଚାଲିଛି ତ ? ଆଉ କଣ ଦରକାର ଅଛି କି ?"
-" ହଁ ପାପା । ନୂଆ ଗାଡ଼ି ଗୋଟେ କିଣିବାକୁ ଇଚ୍ଛା ହଉଛି । ଆମ ଗାଡ଼ି ଟା ପୁରୁଣା ହେଇ ଗଲାଣି । ତାକୁ ଵିକି ନୂଆଟେ ଆଣିବା?
-" କି ଗାଡ଼ି ଆଣିବୁ ? କେତେ ପଡୁଛି ?"
- "ଜାୱାଁ । ପ୍ରାୟ ଦେଢ଼ ଲକ୍ଷ ଟଙ୍କା ପଡ଼ିଯିବ । ଏଇ ଗାଡ଼ିଟା ବିକିଦେଲେ ପାଖାପାଖି ୨୦ ହଜାର ମିଳିଯିବ । ବାକି ମିଶେଇକି ଆଣିବା ।"
- "ନା ରେ ବାବା । ନୂଆ ଗାଡ଼ି ଆଣିବା । ହେଲେ ୟାକୁ ବିକିବା କଥା କହନି । ତୋ ମାମା ଏ ଗାଡ଼ି ମୋତେ ଗିଫ୍ଟ୍ ଦେଇଥିଲା, ମାରି ପକେଇବ । ତୁ ନୂଆଟା ଚଲେଇବୁ, ମୁଁ ପୁରୁଣା ଟା ।"
- " ସିଏ କଣ ଜାଣିଛି ମ ! ଖାଲି ସବୁବେଳେ 'ଓଲଡ଼୍ ଇଜ୍ ଗୋଲ୍ଡ୍' , 'ଓଲଡ଼୍ ଇଜ୍ ଗୋଲ୍ଡ୍' ଘୋଷି ଚାଲିଛି। ଏତେ ପାଠ ପଢ଼ି ବି ଓଲ୍ଡ୍ ମେଣ୍ଟାଲିଟି ଏଣ୍ଡ୍ ଓଲ୍ଡ୍ ଫ୍ୟାସଣ୍ଡ୍ । ସବୁ କଥାରେ ନେଗେଟିଭ୍ ।"
ଅଭି ମନ ଭିତରେ ମା'ଙ୍କ ପ୍ରତି ଆରମ୍ବ ହୋଇ ଯାଇଥିବା ଶୀତଳ ଯୁଦ୍ଧକୁ ଲକ୍ଷ୍ୟ କରି ପାରୁଥିଲେ ନାୟକ ବାବୁ । କଥା ଭୁଲେଇବାକୁ କହିଲେ - " ଅଭି !! ସେମିତି କୁହନ୍ତନି । ସେ ମାମା ପା' ।"
-" ମୋତେ କିଛି କୁହନି ପାପା । ସେ ମୋତେ ଘରେ ଶାନ୍ତିରେ ରଖେଇ ଦଉନି ।'
-"ହଉ କଣ କହୁଛି ସେ, ମୁଁ ଗଲେ ବୁଝିବି । ତୁ ବ୍ୟସ୍ତ ହଅନା ।"
ଘରେ ପହଞ୍ଚି ଖାଇ ପିଇ ଶୋଇ ପଡ଼ିଲେ ନାୟକ ବାବୁ ସବୁ ଚିନ୍ତାକୁ ତକିଆ ପାଖରେ ରଖି ।
×××××
ତହିଁ ଆର ଦିନ ଜଲଦି ଉଠି ପଡ଼ିଲେ ନାୟକ ବାବୁ । ସବୁଦିନ ଭଳି ଭୋର ୪ଟା । ପୁରା ଡିସିପ୍ଲିଣ୍ଡ୍ ଲାଇଫ୍ । କିଛି ଗୋଟେ ଫୁସଫାସ ଶବ୍ଦ କାନରେ ପଡ଼ୁଥିଲା ତାଙ୍କର । କାନେଇଲେ ଶବ୍ଦ ଆସୁଥିବା ଦିଗ ଆଡ଼କୁ। ଅଭି ଶୋଇଥିବା ରୁମରୁ ଚାଲିଆସୁଥିଲା ସେ ଶବ୍ଦ। ଅଭିର କଣ୍ଠସ୍ୱର । ବୋଧହୁଏ ଫୋନରେ କଥାହଉଛି କା' ସହ। ଅଭି ରୁମକୁ ଯିବାକୁ ବାହାରିଲେ। ଖୁବ୍ ଧୀର ପାଦଶବ୍ଦ, ଠିକ୍ ବିଲେଇର ଚାଲିଭଳି,କାହାରିକୁ ଶୁଭିବନି ଯେମିତି । ଶତ୍ରୁକୁ ଠାବ କରିବା ପାଇଁ ଆବଶ୍ୟକ ଷ୍ଟ୍ରାଟେଜିରେ ତ ମାହୀର ସେ । ଏବେ ପୁଅ ପାଇଁ ଗୁଇନ୍ଦାଗିରି କରିବାକୁ ହେବ । ତାଙ୍କର ଅନୁମାନ ସତ । ଅଭି ଫୋନରେ କଥା ହଉଥିଲା । ଅଭିକୁ ଧୀରେ ଡାକିଲେ। ଚୁପ ହୋଇଗଲା। ଫୋନଟା କାଟି ଦେଇ ମିଛରେ ଶୋଇବାର ଅଭିନୟ କଲା। କବାଟ ଟା କେବଳ ଆଉଜା ହୋଇଥିଲା, ତେଣୁ ଖୋଲିବାରେ ଅସୁବିଧା ନଥିଲା । ଅଭି ଶୋଇଛି । ପାଖକୁ ଗଲେ । ବସିଛନ୍ତି ତା'ପାଖରେ। ଅଭି ହାତ ପାଖରେ ତା'ଭଳି ହାଲିଆ ହୋଇ ପଡ଼ି ରହିଥିବା ମୋବାଇଲଟା ଚିଟପତାଙ୍ଗ ହୋଇ ପଡ଼ିଛି। ଅଭି ଭଳି ଅଭିନୟ କରିବାକୁ ପଡୁଛି ତାକୁ। ରାତି ସାରା କଥା ହୋଇ ଫୋନ ପୁରା ତାତି ଯାଇଛି। ଫୋନ ସହ କନେକ୍ଟ୍ ଅଛି ଗୋଟେ ପାୱାର ବ୍ୟାଙ୍କ, ଯୋଉଟା କି ଚାର୍ଜରେ ବସିଛି । କାନରେ ଇଅର ଫୋନ ଗେଂଜା ହୋଇଛି ଅଭିର । ନାୟକବାବୁ ଚାହିଁଲେନି ଅଭିର ମିଛ ଧରାପଡୁ ବୋଲି । ସେ ଜାଣିଛନ୍ତି ଗୋଟେ ମିଛ ଧରାପଡ଼ିଗଲେ ପ୍ରେମୀର ମନ ଆଉଗୋଟେ ମିଛ ର ବାହାନା ଖୋଜେ । ପ୍ରତିଥର ନିଜକୁ ଉପସ୍ଥାପନ କରେ ନୂଆ ନୂଆ ମିଛର ସମ୍ଭାର ନେଇ। ଅଭି କାନରୁ ଇଅରଫୋନ ଟା କାଢ଼ି ଦେଲେ, ସତେ ଯେମିତି ଅଭି ଭାବିବ ଯେ ସେ ଗୀତ ଶୁଣି ଶୁଣି ଶୋଇ ଯାଇଥିଲା ବୋଲି ତା' ପାପା ଭାବିବେ । ଚାଲିଆସିଲେ ଅଭି ପାଖରୁ କିଛି ନଜାଣିଲାପରି ।

No comments:
Post a Comment